ଦେଶର ସୁପୁତ୍ର ସହିଦ ହେଲେଣି ,
ଶତ୍ରୁକଂର ପ୍ରହାରରେ।
ତଥାପି ଏ ଦେଶ କରୁଛି ଗୋଲାମି,
ଅନ୍ୟ କାହା ଇଶାରାରେ ।।
କାହାପାଇଁ ଗଲା ସୈନିକ ଜୀବନ,
କାହାର ଥିଲା ଯୋଜନା ।
ଉତ୍ତର ଚାହୁଁଛି ଏ ସାରା ଭାରତ ,
ଏଠି ଶାସକ କରେ ଛଳନା ।।
ମାତୃଭୂମି ପାଇଁ କେବେ ହେଲେ ସେନା ,
ଦେଲେନାହିଁ ପଛଘୁଞ୍ଚା ।
ଦେଇଦେଲେ ପଛେ ନିଜର ଜୀବନ ,
ନୁଆଁଇଲେ ନାହିଁ ମଥା ।।
ଗଲୱାନ ଘାଟି କାନ୍ଦୁଅଛି ଆଜି,
ସହିଦକଂ ଲହୁ ଧାରେ ।
ହେଲେ ରାଜନୀତି ପଶା ପାଲି ଖେଳେ,
ମା'ର ମମତା ଜଳେ।।
ସମ୍ମାନର ନାମେ ମାତ୍ର କିଛି ଟଙ୍କା ,
ଦିଅନ୍ତି ପରିବାରକୁ ।
Jay Hind କହି RIP ଲେଖି,
ଭୁଲି ଯାଆନ୍ତି ବଳିଦାନକୁ।।
ଆମ ଯୁବପିଢି ଧନ୍ୟ ହେ ତୁମେ ,
ଖାଲି ବଡ ବଡ କଥା କୁହ ।
ସେନା ବଦଳରେ ଅଭିନେତା ପାଖେ ,
Love you ଯେ ଲେଖୁଥାଅ ।।
ମନ୍ଦିର ମସଜିଦ୍ ତାଲା ପଡିଅଛି ,
ଯଦି କରୋନାର ତାଣ୍ଡବରେ ।
ତେବେ ସ୍ବଦେଶୀ ନାମରେ ବୈଦେଶିକ ମଦ ,
ମିଳେ କାହିଁ ବଜାରରେ ।।
ଦେଶର ସମ୍ମାନ ବାଜିରେ ଲାଗିଛି ,
ଉତ୍ତର ଦିଅ ହେ ସେନା ।
ଲହୁର ବଦଳେ ଲହୁଧାର ଚାହୁଁ ,
ଉଡେଇ ଦିଅ ଚାଇନା ।।
ସର୍ବେଶ୍ଵର ସାହୁ
ଭଦ୍ରକ
0 Comments